ଛନ୍ଦ : ପଦ୍ୟ ବା କବିତାକୁ ରଚନା ଏକ ନିର୍ଦ୍ଧିଷ୍ଟ ନିୟମ ବା ଶୈଳୀକୁ ଛନ୍ଦ କୁହନ୍ତି ll
ଛନ୍ଦ ସାଧାରଣତଃ ଦୁଇ ପ୍ରକାର, ଯଥା -
(କ ) ମିତ୍ରାକ୍ଷର, (ଖ ) ଅମିତ୍ରାକ୍ଷର,
ମିତ୍ରାକ୍ଷର ଛନ୍ଦ ପୁନଃ ତିନିଭାଗରେ ବିଭକ୍ତ, ଯଥା --
(1) - ପୂର୍ଣ୍ଣ ମିତ୍ରାକ୍ଷର
(2)- ଅପୂର୍ଣ୍ଣ ମିତ୍ରାକ୍ଷର
(3)- ଏକାନ୍ତର ମିତ୍ରାକ୍ଷର
ଛାନ୍ଦ : ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ଛନ୍ଦ ରେ ରଚିତ ପ୍ରଧାନ ପଦ୍ୟ ବା କବିତାକୁ ଛାନ୍ଦ କୁହାଯାଏ ll
ପଦ : ଯେ କୌଣସି କବିତା କେତେଗୁଡିଏ ପଦରେ ବିଭକ୍ତି ll
ପାଦ : ପଦ ର ପ୍ରତେକ ପଙ୍କ୍ତି ବା ଧାଡ଼ି କୁ ପାଦ କୁହନ୍ତି ll
ଯତିପାଦ : ଛନ୍ଦର ନିୟମାନୁସାରେ ରଚିତ ହୋଇଥିବା ପଦ୍ୟକୁ ଗାନ ବା ଆବୃତ୍ତି କଲାବେଳେ ପ୍ରତ୍ୟେକ ପାଦ ରେ ନିଦ୍ଧିଷ୍ଟ ଅକ୍ଷର ଉପରେ ବିଶ୍ରାମ ନେବାକୁ ହୁଏ l ଏହି ବିଶ୍ରାମ (ଶ୍ୱାସଘାତ )କୁ ଯତି ବା ଯତିପାଦ କୁହାଯାଏ ll
ଏଠାରେ ଆମେ ଆପଣଙ୍କ ମନେ ରଖିବା ପାଇଁ ସହଜ ଉପାୟରେ ଲେଖିଛୁ ଯାହା ଦ୍ଵାରା ଆପଣଙ୍କ ମନେ ରହିଯିବ ll
👉ଦୁଇ ପାଦରେ ଏକ ପଦ ଛନ୍ଦ
(1) - ଦାଣ୍ଡିବୃତ୍ତ - ଅକ୍ଷର (ଅସମାନ) - ଯତିପାଦ (ଇଚ୍ଛା ଅନୁସାରେ)
(2) - ଭାଗବତ ବାଣୀ ବା ଗୁଜରୀ - ଅକ୍ଷର (ନଅ 9) - ଯତିପାଦ (ତୃତୀୟ ,ପଞ୍ଚମ , ଶେଷ.)
(3) - ଚକ୍ରକେଳି - ଅକ୍ଷର (ଏଗାର 11) - ଯତିପାଦ (ଷଷ୍ଠ , ଆଉ ଶେଷ.)
(4) - ନଟବାଣୀ ବା ବିଭାସ କେଦାର - ଅକ୍ଷର (ବାର 12) - ଯତିପାଦ (ତୃତୀୟ, ଷଷ୍ଠ, ନବମ, ଶେଷ )
(5) - ରାମକେଳି - ଅକ୍ଷର ( ଷୋହଳ 16) - ଯତିପାଦ ( ନବମ, ଏକାଦଶ, ଓ ଶେଷ )
(6) - ବଙ୍ଗଳାଶ୍ରୀ - ଅକ୍ଷର (କୋଡିଏ 20) - ଯତିପାଦ (ଷଷ୍ଠ, ଦ୍ୱାଦଶ, ଅଷ୍ଟାଦଶ, ଓ ଶେଷ )
ସୂତ୍ର :- ଦାଭଚ ନରାବ