ଅଳସୁଆ ମାଙ୍କଡ଼ ଓ ଲୋଭି ରାଜାର ସୁନ୍ଦର ଗପ

 ବାପା ଅନେକ ଗପ କହିଛନ୍ତି  ସେଇ ଗପରୁ ଆଜି ମୁ ଆପଣକୁ ଗୋଟେ ଗପ ଲେଖା ମାଧ୍ୟମରେ ଜଣେଇବି ,ଆଶା କରିବି ଏହି   ଗପଟି ଆପଣଙ୍କୁ ଭଲ ଲାଗିବ ll


ଅନେକ ଦିନ ତଳର କଥା  ଜଙ୍ଗଲରୁ ଫଳ, ପତ୍ର ଖାଉ ଖାଉ ରାଜନହର ଆଡକୁ ଧାଇଁ ଆସିଲେ କିଛି ମାଙ୍କଡ଼ ରାଜାଙ୍କ ପରିଜନ ଏବଂ ପୁଅ ଝିଅ ମନେ ମାଙ୍କଡ଼ ମାନଙ୍କୁ ଦେଖି ଖୁସି ହେଉଥାନ୍ତି, ରାଜ ପରିବାରର ପିଲା ସାଧାରଣତଃ ଭଲ ଖାଦ୍ୟ ଖାଇଥାନ୍ତି, ସେମାନେ ଯେଉଁ ସବୁ ଖାଦ୍ୟ ଖାଇ ଥାନ୍ତି ସେଥିରୁ କିଛି ମାଙ୍କଡ଼ ମାନଙ୍କୁ ଦେଇଥାନ୍ତି, ସେମାନେ ଖାଇଲା ବେଳେ ମାଙ୍କଡ଼ ମାନଙ୍କୁ ଫଳ ମୂଳ ଫିଙ୍ଗି ଥାନ୍ତି, ମାଙ୍କଡ଼ ମନେ ଏହାକୁ ଖାଇବା ପାଇଁ ତାଙ୍କ ତାଙ୍କ ଭିତରେ ମାଡ଼ ଗୋଲ ଲାଗନ୍ତି, ଏବଂ ଏହାକୁ ଦେଖି ରାଜା ପରିବାରର ଲୋକ ମଜା ନିଅନ୍ତି, କିଛି ଦିନ ଏହି ଭଳି ଚାଲିଲା ଡାଳ କୁ ଡାଳ ବୁଲି ସାରା ଜଙ୍ଗଲ ବୁଲି ଖାଦ୍ୟ ଖାଉ ଥିବା ମାଙ୍କଡ଼ ଗୁଡାକ ଅଳସୁଆ ହେଇ ଗଲେ, ମାଗଣାରେ ଖାଦ୍ୟ ମିଳିଲା ସେମାନେ ଜଙ୍ଗଲ ଯିବା ଭୁଲି ଗଲେ,  ମାଙ୍କଡ଼ ମାନଙ୍କ ଦଳପତି ଦିନେ ସମସ୍ତ ମାଙ୍କଡ ମାନଙ୍କୁ ଡାକି କହିଲେ ମତେ କାଇଁ ଠିକ ଠାକ ଲାଗୁନି କିଛି ଆମେ ଏଠୁ ଛାଡି ପଳେଇବା ll ହେଲେ ତାଙ୍କ କଥା କେହି ଶୁଣିବାକୁ ନାରାଜ ମାଗଣା କହିବାକୁ କିଏ କାଇଁ ଛାଡିକି ଯିବ ll ଦଳପତି ସେମାନଙ୍କୁ ବୁଝେଇବାକୁ ଚେଷ୍ଟା କଲେ କହିଲେ ଦେଖ ଆମ କାମ ହେଲା ଆମେ ବୁଲି ବାଲି ଖାଇବା ଆମେ ଏଠି ରହିବା ଠିକ ନୁହଁ l କିନ୍ତୁ ତାଙ୍କ କଥା କେହି ମାନିଲେ ନାହିଁ ସେ ରାଗିକି କହିଲେ ତମେ ମୋ ସହ ଜଙ୍ଗଲକୁ ଜୀବ ଯଦି ଚାଲ ନ ହେଲେ ମୁ ଏକା ପଳେଇବି, ତାଙ୍କ ସାଙ୍ଗରେ କେହି ଗଲେନି, ସେ ଏକା ଜଙ୍ଗଲକୁ ପଳେଇଲେ ll




କିଛି ଦିନ ବିତି ଗଲା ଦଳପତି  ମନ ଲାଗୁ ନଥାଏ ଏକା ଏକା ରହିବାକୁ  ଭାବିଲା ମୁ ବହୁତ ଦିନ ହେଲାଣି ଜଙ୍ଗଲ କୁ ଆସିଲିଣି ମୋ ପିଲା ଛୁଆ କେମିତି ଅଛନ୍ତି ମୁ ଯାଉଛି ଟିକେ ଦେଖି ଆସେ ll  ସେ ରାଜନହର ସାରା ବୁଲି ଆସିଲା ହେଲେ ଗୋଟେ ବି ମାଙ୍କଡ଼ ପାଇଲା ନାହିଁ, ସେ ଚିନ୍ତାରେ ପଡି ଗଲା, ଭାବିଲା କଣ ଘଟିଛି ଏଠି ,ସେ ସନ୍ଧାନ ଲଗେଇକି ଜାଣିଲା ଏଠି ମେଣ୍ଢାଶାଳ ଅଛି ତା ପାଖକୁ ଘୋଡାଶାଳ ଅଛି, ମେଣ୍ଢାମନେ ପ୍ରତିଦିନ ମାଡ଼ଗୋଲ ଲାଗନ୍ତି, ସେମାନେ ନିଜ ସିଙ୍ଘ କୁ ଘସା ଘଷି ହୁଅନ୍ତି ଏବଂ ତାଙ୍କ ସିଙ୍ଘ ରୁ ଯେଉଁ ନିଆଁ ବାହାରିଛି ସେଇ ନିଆଁ ପ୍ରଥମେ ମେଣ୍ଢାଶାଳ ପରେ ଘୋଡାଶାଳ ଲାଗିଛି ll ଘୋଡା ମନେ ଅଧା ପୋଡା ହେଇ ଜାଇଛନ୍ତି ll ସେମାନଙ୍କୁ ଚିକିତ୍ସା ପାଇଁ ରାଜାବୈଦ୍ୟ ମାଙ୍କଡ଼ ମାନକ କଲିଜାରୁ ବାହାରୁ ଥିବା ତେଲ ରୁ ଏହି ଘୋଡା ମାନଙ୍କୁ ଭଲ କରିଛନ୍ତି  ll ସେ ଖବର ପାଇବା ପରେ ନିରାଶ ହେଇଛି କଣ କରିବ ଏକ ତୁଚ୍ଛ ମାଙ୍କଡ଼ ହେଇ, ସେ କାନ୍ଦି କାନ୍ଦି ଜଙ୍ଗଲ ଆଡକୁ ଆସିଛି , ଅନେକ ବାଟ ଗଲା ପରେ ତାକୁ ଭାରି ଜୋର ଶୋଷ ଲାଗିଛି , ପାଣି ପିଇବା ପାଇଁ ପୁଷ୍କରଣୀ  ଖୋଜିଛି, ଦେଖିଲା ଅନେକ ଦୂରରେ ଗୋଟେ ପୋଖରୀଟିଏ,  ପାଖକୁ ଗଲା ଦେଖିଲା ପୋଖରୀକୁ ଖାଲି ଯିବା ବାଟ ପଡିଛି କିନ୍ତୁ ଆସିବା ବାଟ ପଡିନି, ସେ ଭାବିଲା ଯିଏ ଏହି ପୋଖରୀକୁ ଯାଇଛି ସେ ଆଉ ଫେରି ନାହିଁ  ll ସେ ଭାବିଲା ପୋଖରୀରେ କିଏ ଗୋଟେ ଅଛି ମାଙ୍କଡକୁ ଭାରି ଜୋର ଶୋଷ ସେ ବୁଦ୍ଧି ଖଟେଇ ଗୋଟେ ଅନଳ ନେଇ ଆସିଲା ହୁଡ଼ା ଉପରେ ରହି ଅନଳ ଦେଇ ପାଣି ପିଇଲା, ଏହାକୁ ଦେଖି  ପାଣି ଭିତରେ ଥିବା ମହାବଳ କୁମ୍ଭୀର ଭାସିଲା ଆଉ କହିଲା ମାଙ୍କଡ଼ ମହାରାଜା ମୁ ଏହି ପୋଖରୀରେ ରହୁଛି ଏଠିକି ଯିଏ ପାଣି ପିଇବାକୁ ଆସେ ମୁ ସେମାନଙ୍କୁ ଖାଇଲେ ମୋ ପେଟ ପୁରେ ଯଦି ତମେ ଏହି କଥା ବାହାରେ କହି ଦେବ କେହି ପାଣି ପିଇବା ପାଇଁ ଆସିବେ ନାହିଁ ll ମୁ ଖୋକିଲା ମରିଯିବି  ମୋତେ ଦୟାକର , ମାଙ୍କଡ଼ କହିଲା ତତେ ଦୟାକଲେ ମତେ କଣ ମିଳିବ କୁମ୍ଭୀର କହିଲା, ଦେଖ ମୋ ବେକକୁ ମୋ ବେକରେ ହୀରା, ମୋତି, ମାଣିକ ଏବଂ ବହୁମୂଲ୍ୟ ଧାତୁରେ ତିଆରି ଗୋଟେ ସୁନ୍ଦର ହାର ଅଛି ମୁ ଏହାକୁ ତୁମକୁ ଦେବି, ମାଙ୍କଡ଼ ପଚାରିଲା ଏହାକୁ ତୁମେ କଉଠୁ ପାଇଲ, କୁମ୍ଭୀର କହିଲା ମୁ ଗୋଟେ ରାଜକୁମାର ଥିଲି ଅଭିଶାପ ପାଇଁ ମୁ କୁମ୍ଭୀର ହେଇଛି, ତୁମେ ଏହି ହାରଟିକୁ ନିଅ ଆଉ କାହାକୁ କହିବ ନାହିଁ ମୁ ଏଠି ଅଛି ବୋଲି, ମାଙ୍କଡ଼ ପଚାରିଲା ତୁମେ କେତେ ଖାଇ ପାରିବ କୁମ୍ଭୀର କହିଲା ତୁମେ ମତେ ଯେତେଦେବ ମୁ ଏକା ଥରେ ସବୁ ଖାଇ ଦେବି ll 


କୁମ୍ଭୀର ଠାରୁ ଏହି ହାର ନେଇ ସେ ରାଜନହର ଆଡକୁ ଆସିଲା ମହାରାଜ ପାଖକୁ ଗଲା, ମାଙ୍କଡ଼ ବେକରେ ଏପରି ମୂଲ୍ୟବାନ ହାର ଦେଖି ରାଜା ପଚାରିଲେ ଏହି ହାର ତୁ କଉଠୁ ପାଇଲୁ, ଏହି ହାର ଆମ ରାଜକୋଷ ରେ ବି ନାହିଁ ll  ମାଙ୍କଡ଼ କହିଲା ମହାରାଜା ଏହି ହାର ସ୍ୱର୍ଗର ଦେବତାଙ୍କ ହାର, ଆପଣ ଜାଣିଛନ୍ତି ମହାରାଜ ମୁ ଗୋଟେ ପୋଖରୀରେ ବୁଡ଼ ପକେଇଲି ମୁ ଉଠିଲା ବେଳକୁ ମୋ ବେକରେ ଏହି ହାର, ପୋଖରୀରେ ଯଉ ମାନେ ବୁଡ଼ ପକାଉଛନ୍ତି ସେମାନେ ଗୋଟେ ଗୋଟେ ହାର ପାଉଛନ୍ତି, ମହାରାଜ ଜଙ୍ଗଲ ସାରା ଯେତେ ପଶୁ ଦେଖିବ ସମସ୍ତଙ୍କ ବେକରେ ଏହିପରି ହାର ଅଛି , ମୁ ଯେବେ ଏହି ହାର ପାଇଲି ଆପଣକୁ ଦେବା ପାଇଁ ଧାଇଁ ଆସିଲି ll ମହାରାଜ ଆପଣମାନେ ଚାଲନ୍ତୁ ବୁଡ଼ ପକେଇବେ ଆପଣମାନେ ବି ଗୋଟେ ଗୋଟେ ହାର ପାଇବେ ll

ମାଙ୍କଡ଼ ର ଏପରି କଥା ଶୁଣି ରାଜା ସାଙ୍ଗେ ସାଙ୍ଗେ ଆଦେଶ ଦେଲେ କାଲି ସକାଳୁ ସମସ୍ତ ରାଜପରିବାର ସେଇ ଜଙ୍ଗଲ ଭିତରେ ଥିବା ପୋଖରୀରେ ବୁଡ଼ ପକେଇବା ll

ସକାଳୁ ପୋଖରୀ ପାଖକୁ ସମସ୍ତେ ଗେଲେ ମାଙ୍କଡ଼ କହିଲା ମହାରାଜ ଆମେ ପଛରେ ବୁଡ଼ ପକେଇବା ବାକି ସମସ୍ତେ ଏକା ସାଙ୍ଗରେ ପୋଖରୀର ଚାରିପଟେ ଛିଡା ହୋଇଯାଅ, ମୁ 1 2 3 କହିବି ସବୁ ବୁଡ଼ ପକେଇବ, ସମସ୍ତଙ୍କ ମନ ଖୁସି ଥାଏ ମୂଲ୍ୟବାନ ହାର ପାଇବେ, ମହାରାଜ ଆଉ ମାଙ୍କଡ଼ ହୁଡାରେ ବସିଲେ  ମାଙ୍କଡ଼ 1 2 3 ଗଣିଲା  ସମସ୍ତେ ବୁଡ଼ିଲେ, କିଛି ସମୟ ଗଲା ରାଜା ପଚାରିଲେ କଣ ମାଙ୍କଡ଼ ମହାଶୟ ଉଠୁନାହାନ୍ତି କାହିଁକି ,ମାଙ୍କଡ଼ କହିଲା ଉଠିବେ ଉଠିବେ ମୂଲ୍ୟବାନ ହାର ଟିକେ ସମୟ ଲାଗୁଛି, ଆଉ କିଛି ସମୟ ଗଲା ପରେ ପୁଣି ରାଜା ପଚାରିଲେ ଆରେ ଉଠୁ ନାହାନ୍ତି କାହିଁକି, ମାଙ୍କଡ଼ ସାଙ୍ଗେ ସାଙ୍ଗେ ଗଛ ଡାଳକୁ ଡ଼େଇଁକି ହସି ହସି ଅଟହାସ୍ୟ ଦେଇ କହିଲା  ଓଃ ମହାରାଜ  ତୁମେ ଯେପରି ନିଜର ସଉକୁ ପାଇଁ ଘୋଡା ମାନଙ୍କ ଭଲ ପାଇଁ ମୋ ପରିବାରକୁ ମାରି ଦେଲ ଆଜିବି ତୁମ ଆଖୀ ଆଗରେ ତୁମ ପରିବାର ନଷ୍ଟ ହେଇ ଗଲା, ଆଉ ସେମାନେ ଉଠିବେନି, ତୁମର ପିଲାମାନେ ଏବେ ମହାବଳି କୁମ୍ଭୀର ର ଆହାର, ସେମାନେ ଆଉ ଉଠିବେନି, ଏତିକି କହି ମାଙ୍କଡ଼ ହସି ହସି ଜଙ୍ଗଲକୁ ପଳେଇଲା l  ରାଜା ନିଜର ସମସ୍ତ ପାରିବାରୁକୁ ହରେଇବା ପରେ ଜଙ୍ଗଲ ରେ ବୁଲି ବୁଲି ତାଙ୍କର ପ୍ରାଣ ଛାଡି ଗଲା ll


ଏହା ଥିଲା ମାଙ୍କଡ଼ ଆଉ ରାଜାର ଏକ ଗପଟି

ଭଲ ଲାଗିଥିଲେ କମେଣ୍ଟ କରିବେ ଆଉ ନିଜର ମତାମତ ଦେବେ ll ନମସ୍କାର ❤️🙏❤️ ନମସ୍କାର

Previous Post Next Post