Home » Health » Yoga Poses Helps You To Sleep Better Read In Odia

Yoga Poses Helps You To Sleep Better Read In Odia

ସୁଖ ନିଦ୍ରାଲାଗି ଯୋଗ

ବେସ୍ତବହୁଳ ଜୀବନ ଭିତରେ ସମସ୍ତେ ଚାହାନ୍ତି ସୁଖ ନିଦ୍ରା । କିନ୍ତୁ ବର୍ତମାନ ଛୋଟ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏତେ ଚିନ୍ତାଗ୍ରସ୍ତ ରହୁଛନ୍ତି ଯେ ନିଦ ମଧ୍ୟ ଠିକ୍ ହେଉ ନାହିଁ । ଉପଯୁକ୍ତ ନିଦ ନହେଲେ ଶରୀରକୁ ଅନେକ ରୋଗ ମାଡି ବସେ । ହୃତ୍‌ ସମସ୍ୟା, ଅବସାଦ ଭଳି ବିଭିନ୍ନ ପ୍ରକାରର ରୋଗ ଦେଖା ଦେଇଥାଏ । ସୁଖ ନିଦ୍ରା ପାଇଁ ଅନେକ ବିଭିନ୍ନ ପ୍ରକାରର ଔଷଧ ସେବନ କରିଥାନ୍ତି । କିନ୍ତୁ ଔଷଧ ପରିବର୍ନେ ଏପରି କିଛି ଯୋଗ ରହିଛି ଯାହାକୁ ନିୟମିତ ଅଭ୍ଯାସ କରିବା ଦ୍ବାରା ଜଣେ ଆରାମରେ ଓ ଶାନ୍ତିରେ ଶୋଇପାରିବେ ।

ବିପରୀତ କରଣୀ:
ଏହି ଆସନ ପାଇଁ କାନ୍ତ୍ର ସାମ୍ନାରେ ବସିବାକୁ ହୋଇଥାଏ । ତା’ପରେ ଗୋଡ ଓ ପାଦ କାନ୍ଥ ଆଗକୁ ପ୍ରସାରିତ କରନ୍ତୁ । କାନ୍ଥ ଆଡକୁ ଶୋଇ ଅଣ୍ଟା ଓ ଗୋଡ ଉପରକୁ ଉଠାଇ ୯୦ ଡିଗ୍ରୀରେ ରଖିବାକୁ ଚେଷ୍ଟା କରନ୍ତୁ । ଯେପରି ତଳିପା ଉପରମୁହାଁ ଛାତ ଦିଗରେ ରହିବ | ଆରାମ ଅନୁଭବ କରିବା ପାଇଁ ଅଣ୍ଟା ତଳେ ଏକ ତକିଆ ରଖନ୍ତୁ । ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ଏହି ଆସନଟିକୁ କରନ୍ତୁ ।

ଶବାସନ :-
ମାନସିକ ଶାନ୍ତି ପ୍ରଦାନ କରିଥାଏ ଏହି ଶବାସନ | ସମସ୍ତ ଯୋଗ ଭିତରେ ଶବାସନ ହେଉଛି ସବୁଠାରୁ ସହଜ ଆସନ | ପ୍ରଥମେ ତଳେ ଏକ ଆସନ ପକାନ୍ତୁ । ଆସନ ଉପରେ ଶୋଇ ରହି ଦୁଇ ଗୋଡକୁ କିଛି ବ୍ୟବଧାନରେ ରଖନ୍ତୁ ଏବଂ ଦୁଇ ହାତକୁ ଦୁଇ ପାର୍ଶ୍ବରେ ଲମ୍ଭ କରି ରଖନ୍ତୁ । ଆଖି ବନ୍ଦ କରି ନିଶ୍ବାସ ନିଅନ୍ତୁ । ଯେପର୍ଯ୍ୟନ୍ତ ନିଜକୁ ଆରାମ ନ ଲାଗିଛି ଯୋଗଟିକୁ ବାରମ୍ବାର କରିବ ଆବଶ୍ୟକ | ଏ ଆସନ ଜଣେ ଯେତେବେଳେ ଚାହିଁବେ କରିପାରିବେ ।

ଉତ୍ତରାସନ :-
ଠିଆ ହୋଇ ଅଣ୍ଟାରେ ହାତ ରଖନ୍ତୁ । ଆଣ୍ଡୁକୁ ସଳଖ ରଖି ଆଗକୁ ନଇଁବାକୁ ଚେଷ୍ଟା କରନ୍ତୁ । ଦୁଇ ହାତ ଯେପରି ପାଦ ଛୁଇଁବ ସେଥୁପ୍ରତି ଧାନ ଦିଅନ୍ତୁ । ଯଦି ଦୁଇ ହାତ ପାଦ ଛୁଇଁପାରୁ ନାହିଁ ତେବେ ଚେଷ୍ଟା କରନ୍ତୁ ତଳକୁ ନଇଁ କି ରହିବା ପାଇଁ । ଏହି ପୋଜିସନ କୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ କରିବାକୁ ଚେଷ୍ଟା କରନ୍ତୁ ।

ବାଳାସନ :-
ଆଣ୍ଠୁରେ ପଡ଼ି ଗୋଇଠି ଉପରେ ବସନ୍ତୁ । ବର୍ତମାନ ଶ୍ଵାସ ଗ୍ରହଣ କରି ଆଗକୁ ନଇଁ ହାତକୁ ଆଗକୁ ବଢ଼ନ୍ତୁ । କହୁଣୀ ଏବଂ ଆଣ୍ଠୁ ଦୁଇ ସମାନ ଲମ୍ବରେ ରହିବା ଦରକାର । ଶରୀରକୁ ସମ୍ପୂର୍ଣ୍ଣ ଠାଣିବା ସହ ଏହି ଯୋଗକୁ ୩୦ ସେକେଣ୍ଡ ପର୍ଯ୍ୟନ୍ତ କରନ୍ତୁ ।

Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*