Home » Health » Winter health care in Odia

Winter health care in Odia

ଶୀତଦିନେ ସାଧାରଣତଃ ଆମେ ଚର୍ମ ଶୁଷ୍ଟ ହୋଇଯିବା, କୁଣ୍ଡାଇ ହେବା, ଗୋଡ଼, ହାତ, ଓ୦ ଆଦି ଫାଟିବା ସହ ଜ୍ଵର, ଥଣ୍ଡା, କାଶ ଭଳି ସମସ୍ୟାର ସମ୍ମୁଖୀନ ହୋଇଥାଉ । ହେଲେ କେବେ ଭାବିଛନ୍ତି। ଏ ଦିନେ ଏଭଳି ହେବାର କାରର କ’ଣ ? ଥଣ୍ଡା ପ୍ରଭାବରୁ ଶରୀରର ଶିରା ପ୍ରଶିରା ସଙ୍କୁଚିତ ହୋଇ ଠିକଭାବେ ରକ୍ତ ସଞ୍ଚାଳନ ହୋଇ ନ ପାରିବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବା ହେଉଛି ଏହାର ମୁଖ୍ୟ କାରଣ । ଏହା ବ୍ୟତୀତ ଶୀତଦିନେ ଆଳସ୍ୟ ଯୋଗୁ ଶାରୀରିକ ପରିଶ୍ରମ କମିଯାଉଥବାରୁ ହଜମ ପ୍ରକ୍ରିୟା ଭଲ ଭାବେ ହୋଇପାରେନି । ଏଥପାଇଁ କେତେକଙ୍କ ଠାରେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦେଖାଦିଏ । ତେଣୁ ଶୀତଦିନେ ନୀରୋଗ ରହିବା ପାଇଁ ଖାଦ୍ୟପେୟ ପ୍ରତି ଗୁରୁତ୍ର ଦେବା ଜରୁରୀ । ଜାଣିରଖନ୍ତୁ ଏ ସମ୍ପର୍କରେ କେତୋଟି କଥା…

→ କୋଶଳା, ଲେଉଟିଆ, ସଜନା, ସୋରିଷ ପ୍ରଭୃତି ଶାଗ ପ୍ରଚୁର ପରିମାଣରେ ଖାଆନ୍ତୁ । ୧୭ ସେପଟଳ, ଅମୃତଭଣ୍ଡା, ଭେଣ୍ଡି, ବିଟ, ଗାଜର, କ୍ୟାୟିକମ, କଲରା, ଦେଶୀଆଳୁ, କଞ୍ଚା କଦଳୀ ଆଦି ପରିବା ଶୀତଦିନେ ଖାଇବା ଆବଶ୍ୟକ । ଏହା ବ୍ୟତୀତ ସିଜିନ୍ ପରିବା ଖାଇବା ମଧ୍ୟ ସ୍ଵାସ୍ଥ୍ୟ ପ୍ରତି ଉପକାରୀ ।

→ ଗାଈଘିଅ ଖାଇବା ଦ୍ଵାରା ଚର୍ମ ଚିକ୍କଣ ହୋଇଥାଏ । ଚର୍ମ ଶୁଷ୍ଟ ନ ହେବା ପାଇଁ ଏହାକୁ ମାଲିସ କରିପାରିବେ ।

→ ମହୁ ସହ ଗୋଟିଏ ପାଚିଲା କଦଳୀ ଖାଇଲେ ଶରୀରର କାନ୍ତି ବୃଦ୍ଧି ହେବା ସହ ତ୍ୱଚା ଚିକ୍କଣ ରହେ ।

→ କମଳାରେ ଭିଟାମିନ – ସି ଅଧିକ ମାତ୍ରାରେ ଅଛି, ଯାହା ତ୍ବଚା ପାଇଁ ବେଶ୍ ହିତକର ।

→ ସେଓ , ପାଚିଲା ଅମୃତଭଣ୍ଡା , ଖଜୁରୀ ଆଦି ଶୀତଦିନିଆ ଖାଦ୍ୟରେ ସାମିଲ କରନ୍ତୁ । ବୁଟ ଏବଂ ମୁଗକୁ ରାତିରେ ପାଣିରେ ବତୁରାଇ ସକାଳୁ ଖାଆନ୍ତୁ ।

→ ରସୁଣ ଖାଇଲେ ଥଣ୍ଡା ଦୂର ହେବା ସହ ବାତରୋଗ ଆକ୍ରମଣ କରେନି ।

→ ଶୀତଦିନେ ସକାଳୁ ଲହୁଣି ଏବଂ ମିଶ୍ରି ସେବନ ଦ୍ଵାରା ହରିଡ଼ା ଚୋପାକୁ କାଳରେ ଜାକି ଧୀରେ ଧୀରେ ମଧ୍ୟ ଚର୍ମର ଉଜ୍ଜଳତା ବୃଦ୍ଧି ପାଏ । ଲହୁଣି ସହ ଏହାର ରସକୁ ଗ୍ରହଣ କରନ୍ତୁ । ଏହା ବ୍ୟତୀତ ସକାଳୁ ହଳଦୀ ମିଶାଇ ଚର୍ମରେ ଲଗାଇପାରିବେ । ଖାଲି ପେଟରେ ଅଦାରସ, ମହୁ ସହ ତୁଳସୀ ରସ

→ ପ୍ରତିଦିନ ରାତିରେ ୬-୮ଟି କିସମିସ ପାଣିରେ ବତୁରାଇ ସକାଳୁ ଖାଆନ୍ତୁ ।

→ ବାଦାମ ହାଲୁଆ , ଗାଜର ହାଲୁଆ ଖାଇଲେ କୋଷ୍ଠକାଠିନ୍ୟ ଦୂର ହୋଇଥାଏ । ଏହା ବ୍ୟତୀତ ତ୍ରିଫଳା ଚୂର୍ଣ୍ଣ ଏବଂ ମେଥ ଚୂର୍ଣ୍ଣ ଖାଇବା ଦ୍ଵାରା ମଧ୍ୟ ଏହି ରୋଗରୁ ଉପଶମ ମିଳେ

Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*