Home » Health » Six Amazing Health Benefits Of Eating Beets read in ODIA

Six Amazing Health Benefits Of Eating Beets read in ODIA

ଆପଣ କଣ ରକ୍ତହୀନତା ରୋଗରେ ପୀଡିତ କି ? ବିଟ ଖାଇବା ଦ୍ୱାରା ରକ୍ତହୀନତା ରୋଗ ସହିତ ଆଉ କେଉଁ ରୋଗରୁ ରକ୍ଷା ମିଳେ |

ରକ୍ତହୀନତା :- ଗବେଷଣାରୁ ଜଣାପଡିଛି ଯେ ବିଟ ଖାଇବା ଦ୍ୱାରା ରକ୍ତହୀନତା ରୋଗ ଦୂର ହୁଏ | କାରଣ ଏଥିରେ ଶରୀରର ରକ୍ତର ପରିମାଣ ବଢିଥାଏ | ବିଟରେ ପ୍ରଚୁର ପରିମାଣରେ ଆଇରନ ଓ ଭିଟାମିନ ରହିଥାଏ | ଯାହାକି ଲାଲ ରକ୍ତ କଣିକାକୁ ସକ୍ରିୟ କରେ । ସାଧାରଣତଃ ଝିଅ ପିଲା , ମହିଳା ଓ ବୟସ୍କ ଲୋକଙ୍କ ମଧ୍ୟରେ ରକ୍ତହୀନତା ଶିକାର ହୋଇଥାନ୍ତି | ତେଣୁ ଏହି ମାନଙ୍କୁ ସବୁଦିନେ ବିଟ ରସ ଦିଅନ୍ତୁ | ଯେଉଁ ମାନଙ୍କର ହଜମ ହେଉ ନାହିଁ | ସେମାନେ ବିଟ ଖାଇବାଦ୍ୱାରା ପାଚନ କ୍ରିୟା ଠିକ ରୁହେ | ଯଦି ଆପଣଙ୍କର ଗ୍ୟାସ ଅସୁବିଧା ହେଉଛି | ତାହେଲେ ବିଟ ଗ୍ୟାସଷ୍ଟ୍ରିକ ସମସ୍ୟାର ସମାଧାନ କରିବ | ପ୍ରତିଦିନ ସକାଳେ ଜଳଖିଆରେ ପ୍ରଥମେ ଏକ ଗ୍ଲାସ ବିଟ ଜୁସରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହେ ।

କୋଷ୍ଠକାଠିନ୍ୟ :- ନିୟମିତ ବିଟ ଖାଇବା ଫଳରେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ । ଓ ପେଟ ସଫା ରହେ | ସେହିପରି ଅର୍ଶ ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ |

ରୁପି :- ରୁପି ହେଉଛି ପୁଅ କିମ୍ବା ଝିଅ ପିଲାଙ୍କର ସାଧାରଣ ରୋଗ | ରୁପି ପାଇଁ ଚୁଟି ଝାଡ଼ିବା ଦେଖାଯାଏ | ତେଣୁ ବିଟରେ କିଛି ଚିନି ସିରା ମିଶାଇ ରାତିରେ ଶୋଇବା ପୂର୍ବରୁ ମୁଣ୍ଡରେ ଲଗାନ୍ତୁ । ଯଦି ସିରା ମିଶାଉ ନାହାନ୍ତି ତେବେ ବିଟ ରସରେ ଅଦାକୁ ଛେଚି ମିଶାନ୍ତୁ ଓ କେଶରେ ମାଲିସ କରନ୍ତୁ । ପୁଣି ସକାଳୁ ଉଠି କେଶକୁ ଧୋଇ ଦିଅନ୍ତୁ ।

ଉଚ୍ଚ ରକ୍ତଚାପ :- ଉଚ୍ଚ ରକ୍ତଚାପ ହେଉଛି ପ୍ରାୟ ସବୁଲୋକ କ୍ଷେତ୍ରରେ ଦେଖାଯାଏ | ଆପଣଙ୍କୁ ନିୟମିତ ଗ୍ୟାପରେ ଉଚ୍ଚ ରକ୍ତଚାପ ମାପିବା ଦରକାର | ଏହି ବ୍ୟକ୍ତିଙ୍କ ପାଇଁ ବିଟ ଖାଇବା ଭଲ । ଯଦି ଆପଣ ରକ୍ତଚାପରେ ରୋଗରେ ପୀଡିତ ଆଜି ହିଁ ୧-୧ କପ ବିଟ ଓ ଗାଜର ରସରେ ଅମୃତଭଣ୍ଡା ରସ ମିଶାଇ ଖାଉନ୍ତୁ । ଏହାକୁ ପ୍ରତିଦିନ ୨ ଥର ପିଅନ୍ତୁ ।

ପଥର ସମସ୍ୟା :- ଆମେ ଖାଇବା ସମୟରେ ଛୋଟ ଛୋଟ ପଥର ପେଟକୁ ଚାଲିଯାଏ | ଏହି ପଥର ପେଟରେ ଜମା ହୁଏ| ବିଟକୁ ପାଣିରେ ଗରମ କରି ଏଥିରେ ରସ ସଂଗ୍ରହ କରନ୍ତୁ । ଏହାକୁ ଦିନକୁ ୩ ଥର ପିଅନ୍ତୁ । ଏହା ଦ୍ୱାରା ପଥର ମୂତ୍ର ଓ ଝାଡା ରେ ବାହାରିଯାଏ | ଏହା ଲିଭର ଲାଗି ଖୁବଉପଯୋଗୀ ।

ଶ୍ୱାସନଳୀ ସମସ୍ୟା :- ଶ୍ୱାସରୋଗୀ ମାନେ ସବୁବେଳେ ଶ୍ୱାସନଳୀ ସମସ୍ୟାରେ ଥାନ୍ତି | ବିଟ ଖାଇବା ଦ୍ୱାରା କଫ ସମସ୍ୟା ଦୂର କରି ଶ୍ୱାସ ନଳୀକୁ ସଫା ରଖେ । ଏବଂ ଶ୍ୱାସରୋଗୀଙ୍କୁ ଶ୍ୱାସରୋଗ ରୁ ଉପଶମ ମିଳେ |ଏଥିପାଇଁ ଡାଏଟରେ ବିଟ ଜୁସ ସାମିଲ କରନ୍ତୁ ।

Check Also

biterground for health in odia

Biterground for health in Odia

କଲରା ପିତା ପରିବା ହୋଇଥୁଲେ ହେଁ ସ୍ବାସ୍ଥ୍ୟ ପାଇଁ ଖୁବ ଉପଯୋଗୀ | ଶୀତ ଦିନେ ଏହାକୁ ଖାଇବା ରାମବାଣ …

Leave a Reply

Your email address will not be published. Required fields are marked *

*