Home » News » PUNJAB NRI Village Famous For Their Water Tanks Design

PUNJAB NRI Village Famous For Their Water Tanks Design

ଏନ୍‌ଆର ଆଇ ଗ୍ରାମରେ ବିଚିତ୍ର ପାଣିଟାଙ୍କି

ଜଳନ୍ଧର: ପଞ୍ଜାବର ଜଳନ୍ଧର ନିକଟବର୍ତ୍ତୀ ବିଲଗା ଅନ୍ତର୍ଗତ ଉତ୍ପାଲା ଗ୍ରାମ ଘରଗୁଡ଼ିକର ଛାତ ଉପରେ ଥବା ପାଣିଟାଙ୍କି ସେଠାକାର ଲୋକଙ୍କ ପରିଚୟ ପାଲଟିଛି । ଏହି ପାଣି ଟାଙ୍କି ଅନୁସାରେ ଗ୍ରାମରେ ଥବା ପ୍ରବାସୀ ଭାରତୀୟ (ଏନ୍.ଆର୍ ଆଇ) ପରିବାର ସମ୍ପର୍କରେ ସଙ୍କେତ ମିଳିଥାଏ । ଏଭଳି ଟାଙ୍କିଥବା ଘରଗୁଡ଼ିକୁ ଏନ୍‌ଆର ଆଇ ବୋଲି ସେଠାରେ କୁହାଯାଇଥାଏ |
କିଏ ଗୋଲାପ ଫୁଲ ଆକାରର ପାଣିଟାଙ୍କି ନିର୍ମାଣ କରିଥବା ବେଳେ ଆଉ କିଏ ଘୋଡ଼ା, ସିଂହ, ବାଜ ପକ୍ଷୀ ଆକାରର ଟାଙ୍ଗି କରିଛି । ଏହି ଗ୍ରାମରେ ଥବା ଜଣେ ବ୍ୟକ୍ତିଙ୍କ ଘରେ ଏୟାର ଇଣ୍ଡିଆର ବିମାନ ଆକାରର ପାଣିଟାଙ୍କି ସବୁଠାରୁ ଭିନ୍ନ ହୋଇଛି । ଏହି ଗ୍ରାମରେ ବସବାସ କରୁଥବା ନାମା ଦାମୀ ପରିବାର ନିଜକୁ ଅନ୍ୟମାନଙ୍କଠାରୁ ଟିକିଏ ଭିନ୍ନ ପ୍ରମାଣିତ କରିବା ଲାଗି ନିଜ ନିଜ ଘରେ ଏଭଳି ବିଚିତ୍ର ଢଙ୍ଗର ପାଣିଟାଙ୍ଗି ନିର୍ମାଣ କରିଥାନ୍ତି । ପାଣି ଟାଙ୍କି ଜରିଆରେ ସେମାନେ ପରିବାର ସମ୍ପର୍କରେ ସୂଚନା ଦେଇଥାନ୍ତି । ଏସବୁକୁ ଦେଖାଦେଖା ଗ୍ରାମବାସୀ ଆହୁରି ଅନେକ ପ୍ରକାରର ଟାଙ୍କି ନିର୍ମାଣ ଲାଗି ଉସାହିତ ହୋଇ ପଡ଼ିଛନ୍ତି ।


Check Also

BJD, BJP at war over egg throw at CM meet

BJD, BJP at war over egg throw at CM meet

Debate damaged Boss Clergyman Naveen Patnaik’s Balasore visit on Wednesday after a lady was professedly …

Leave a Reply

Your email address will not be published. Required fields are marked *

*