Home » Health » Pumpkin seeds benefits in Odia

Pumpkin seeds benefits in Odia

କଖାରୁ ମଞ୍ଜିର କରାମତି

=> ଗୋଟିଏ ଗ୍ରାମ କଖାରୁ ମଞ୍ଜିରେ ପ୍ରାୟ ୨୨ ମିଲିଗ୍ରାମ ଟ୍ରିୟୋଫାନ ପ୍ରେଟିନ୍ ମିଳିଥାଏ , ଯାହା ସୁନିଦ୍ରା ପାଇଁ ସହାୟକ । ଗବେଷଣାରୁ ଜଣାପଡିଛି ଯେ, ଗ୍ଲୁକୋଜ୍ ସହତ କଖାରୁ ମଞ୍ଜ ଖାଇବା ଦ୍ବାରା ନିଦ୍ରୋହୀନତାର ଶିକାର ବ୍ୟକ୍ତିମାନେ ଭଲ ନିଦରେ ଶୋଇଥାନ୍ତି । ଗ୍ରାମାଞ୍ଚଳରେ ସାଧାରଣତଃ ମୁଣ୍ଡ ବୁଲାଇବା, କ୍ଲାନ୍ତି ଲାଗିବା ତଥା ଚିନ୍ତାରେ ପଡିଥୁବା ବ୍ୟକ୍ତି କଖାରୁ ମଞ୍ଜି ଗୁଡରେ ମିଶାଇ ଖାଇଲେ ଲାଭବାନ ହୋଇଥାନ୍ତି।

=> ଜର୍ଣ୍ଣାଲ ଅଫ୍ ଫାର୍ମା କୋଲୋଜିକାଲ ରିସର୍ଜର ଏକ ରିପୋର୍ଟରେ ଜଣାଯାଇଛି – ଆର୍ଥାଇଟିସ୍ ରୋଗୀମାନଙ୍କୁ ଏଣେଣ୍ଡାମେଥାସିନ୍ ନାମକ ଯେଉଁ ଔଷଧ ଦିଆଯାଏ, କଖାରୁ ମଞ୍ଜି ତେଲର ପ୍ରଭାବ ତା’ ସହିତ ସମାନ । କୃତ୍ରିମ ରାସାୟନିକ ଔଷଧ ପରି ଏହି ତେଲର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନଥାଏ ।

=> ଅଳସୀ ଏବଂ କଖାରୁ ମଞ୍ଜି ୨ ଗ୍ରାମ ଲେଖାଏ ପ୍ରତିଦିନ ଖାଇଲେ ଯକୃତ ଦୁର୍ବଳତା ଦୂର ହେବା ସହିତ ହୃଦୟ ସମସ୍ୟାରୁ ମୁକ୍ତି ମିଳେ । ଜର୍ଣ୍ଣାଲ ଅଫ୍ ଫୁଡ କେମେଷ୍ଟା ଆଣ୍ଡ ଟକ୍ସିକୋଲୋଜିରେ ପ୍ରକାଶିତ ୨୦୦୮ ମସିହାର ଏକ ଗବେଷଣା ରିପୋର୍ଟ ମଧ୍ୟ ଏହାକୁ ସତ୍ୟ ପ୍ରମାଣିତ କରିଛି ।

=> ଯଦି ଶରୀରରେ କ୍ଷତ ବା ସଂକ୍ରମଣ ହୋଇଥାଏ, ସେଠାରେ ଶୁଖୁଲା। କଖାରୁ ମଞ୍ଜିର ଚୂର୍ଣ୍ଣ କିମ୍ବା କଞ୍ଚା ମଞ୍ଜିକୁ ଛେଚି ତା’ର ରସ ଲଗାଇଲେ ଆରାମ ମିଳେ ।

=> କ୍ୟାଲସିୟମ ଅକଜାଲେଟ କିଡନୀ ଚେଷ୍ଟାନର କାରଣ ହୋଇଥାଏ । ଆମେରିକାନ ଜର୍ଣ୍ଣାଲ ଅଫ କ୍ଲିନିକାଲ ନ୍ୟୁଟ୍ରିସନରେ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଥୁଲା – ଯେଉଁ ପିଲାମାନଙ୍କର ପରିସ୍ରା ନମୁନରେ କ୍ୟାଲସିୟମ ଅକଜାଲେଟ ମିଳିଥୁଲା। ସେମାନଙ୍କୁ ଖାଦ୍ୟରେ କଖାରୁ ମଞ୍ଜି ମିଶାଇ ଦେବା ଦ୍ୱାରା । ଏହି ସମସ୍ୟା କମ୍ ହେଉଥିବା ଦେଖାଗଲା ।

=> କଖାରୁ ମଞ୍ଜି ବାଟି ଏହାର ଲେପ ହାତପାଦ ପୋଡାଜଳା ହେଉଥିବା ଅଂଶରେ ଲଗାଇଲେ ତୁରନ୍ତ ଆରାମ ମିଳିଥାଏ । ଆଦିବାସୀମାନଙ୍କ ଅନୁସାରେ, ଏହି ଲେପ ଶୁଖୀଗଲା ପରେ ହାତ ବା ପାଦର ପୋଡା ହେଉଥିବା ଅଙ୍ଗକୁ ଲୁଣପାଣିରେ ଧୋଇଦେଲେ ତୁରନ୍ତ ଆରାମ ମିଳେ ।

=> କଖାରୁ ମଞ୍ଜି ଆଣ୍ଟି ଅକ୍ସିଡାଣ୍ଟରେ ଭରପୁର । ଏହା ଉଚ୍ଚ ରକ୍ତଚାପ କମ୍ କରିବାରେ ସହାୟକ ହୁଏ । ଏଣୁ ଉଚ୍ଚ ରକ୍ତଚ ପରେ ପୀଡିତ ବ୍ଯକ୍ତିମାନେ ନିୟମିତ କଖାରୁ ମଞ୍ଜି ଖାଦ୍ଯରେ ସାମିଲ କରିବା ଉଚିତ ।

=> ଋତୁସ୍ରାବ ସମୟରେ କଖାରୁ ମଞ୍ଜି ବେଶ ଭଲ କାମ ଦିଏ । ମହିଳାମାନଙ୍କ ଠାରେ ରକ୍ତଚାପ ଵୃଦ୍ଧି, ଏଚ.ଡି.ଏଲ୍ କୋଲେଷ୍ଟେରଲ ବଢିବା, ହର୍ମେନ୍ ଅଭାବ ଆଦି ଦେଖାଯାଉଥିବା ସମସ୍ୟା ସୁଧାରିବାରେ କଖାରୁ ମଞ୍ଜିର ତେଲ ସହାୟକ ହୁଏ । ଏକ ରିପୋର୍ଟ ଅନୁସାରେ, ଯେଉଁ ମହିଳାମାନଙ୍କୁ ୧୨ ସପ୍ତାହ ପର୍ଯ୍ୟନ୍ତ ୨ ମିଲି ଲେଖାଏ କଖାରୁ ମଞ୍ଜି ତେଲ ଖାଇବାକୁ ଦିଆଯାଇଥୁଲ । ସେମାନଙ୍କା ଠାରେ ଏହି ସମସ୍ୟାରେ ବେଶ ସୁଧାର ଆସିଥୁବା ମଧ୍ୟ ଲକ୍ଷ୍ୟ କରାଯାଇଥଲା ।

=> କଖାରୁ ମଞ୍ଜିରେ ମଧ୍ୟ କୃମିନାଶକ ଗୁଣ ରହିଛି । ହୃଦୟ ବିକାର ଏବଂ ରକ୍ତପ୍ରବାହ ଜଡିତ ସମସ୍ୟାରେ ବି କଖାରୁ ମଞ୍ଜି ତେଲ ଉପକାରୀ ସାବ୍ୟସ୍ତ ହୋଇଛି ।


Check Also

biterground for health in odia

Biterground for health in Odia

କଲରା ପିତା ପରିବା ହୋଇଥୁଲେ ହେଁ ସ୍ବାସ୍ଥ୍ୟ ପାଇଁ ଖୁବ ଉପଯୋଗୀ | ଶୀତ ଦିନେ ଏହାକୁ ଖାଇବା ରାମବାଣ …

Leave a Reply

Your email address will not be published. Required fields are marked *

*