Home » Calendar » Odia Daily Horoscope

Odia Daily Horoscope

Odia Daily Horoscope (ଯାଣନ୍ତୁ ଆଜିର ରାଶି ଫଳ )

ମେଷ
ପରିବାରରେ ଆପଣଙ୍କର କଥା ସମସ୍ତେ ଗ୍ରହଣ କରିବେ | ଯାନ୍ତ୍ରିକ ବ୍ୟବସାୟୀଙ୍କର ପ୍ରବଳ ଲାଭ ହେବ। ମହିଳାମାନେ ଉତ୍ତମ ବୁଝାମୁଣା ହୋଇ ଆଦୃତି ଓ ଶ୍ରଦ୍ଧାଭାଜନ ହେବେ। ଚାକିରି କ୍ଷେତ୍ରରେ ପଦୋନ୍ନତିର ଶୁଭ ସମାଚାର ପାଇବେ। ପରିବହନ ଓ ପାର୍ଟନରସିପ ବ୍ୟବସାୟରେ ଲାଭ ଅପରିବର୍ତିତ ରହିବ। ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା ଉଚିତ।
ବୃଷ
ଆପଣ ପୁରୁଷଉତ୍ତମ ବ୍ୟକ୍ତିଭାବେ ପ୍ରଶଂସା ପାଇବେ। ପ୍ରତିଦ୍ବନ୍ଦିତାରେ ବିଜୟୀ ହୋଇ ପଦ ପଦବୀରେ ସ୍ଥାନ ପାଇବେ | ରପ୍ତାନି ବାଣିଜ୍ୟରୁ ପ୍ରଚୁର ଲାଭ ମିଳିବ | ରାଜନୀତି କ୍ଷେତ୍ରରେ ବାଧାବନ୍ଧନ ନମାନି ଆଗେଇ ଯିବାର ସୁଯୋଗ ପାଇବେ। ପ୍ରତିକାର- ଶିବମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।
ମିଥୁନ
ସାଙ୍ଗମାନେ ଈର୍ଷାନିତ୍ବ ହେବେ। ନିରାଶା , ଅର୍ଥର ଅଭାବ ଅନାଟନ ଓ ଖରାପ ସମ୍ବାଦ ପ୍ରାପ୍ତ କରିବେ । କୋର୍ଟ କଚେରୀ ମାମଲାରେ ଜଗିରଖି ଚାଲନ୍ତୁ | ଦୂରସ୍ଥାନବାସ ଯୋଜନା ମନ ମଧ୍ୟରେ ଉଙ୍କି ମାରିବା ଫଳରେ ମନ ଖରାପ ରହିବ | ପ୍ରତିକାର-ସକାଳେ ଧର୍ମସ୍ଥାନକୁ ସଫା କରନ୍ତୁ।

କର୍କଟ
ମହିଳାମାନଙ୍କ ଚାକିରିରେ ପଦୋନ୍ନତିସହ ଅର୍ଥ ଉପାଜର୍ଣ୍ଣ କରିବେ । ଧର୍ମ , ପର ଉପକାରରେ , ଠାକୁର , ସାଧୁଙ୍କ ସେବା ରେ ମନ ନିବେଶ କରିବେ | ଆର୍ଥିକ ଉନ୍ନତି ଘଟିବ | କର୍ମକ୍ଷେତ୍ରରେ ଖୁସି ଖବର ପାଇବେ। ପାରିବାରିକ କ୍ଷେତ୍ରରେ ଆତ୍ମବିଶ୍ଵାସ ଓ ଦୃଢତା ଯୋଗେ ସମ୍ମାନର ଅଧିକାରିହେବେ । ପ୍ରତିକାର- ଭିକାରୀକୁ ନିରାଶ କରିବେ ନାହିଁ।
ସିଂହ
ବିବାହ ଯୋଗ୍ୟ ପିଲା ମାନେ ବିବାହ କରିବାର ସୁବିଧା ସୁଯୋଗ ପାଇବେ । ଶତ୍ରୁ ବିନାଶ ହେବାରୁ ନିରୁପଦ୍ରବ ଜୀବନଚର୍ଯ୍ୟାର ଅଧିକାରୀହେବେ। ଆର୍ଥିକ ଦିଗର ଅଭିବୃଦ୍ଧି କାରଣରୁ ଗଠନମୂଳକ ତଥା ସେବାସମ୍ବନ୍ଧିତ କ୍ଷେତ୍ରରେ ଉଚ୍ଚ ଭୂମିକା ଗ୍ରହଣକରିବେ । ପ୍ରତିକାର-ହନୁମାନ ମନ୍ଦିରରେ ବୁନ୍ଦି ଭୋଗ କରି ପିଲାଙ୍କୁ ବାଣ୍ଟନ୍ତୁ।
କନ୍ୟା
ମାଆମାନେ ପିଲାଙ୍କର ଖୁସିରେ ଖୁସି ହେବେ। ପରିବାରରେ ସୁଖ ସମ୍ପନ୍ନତା ଫେରିବ ଏବଂ ଆୟ ମଧ୍ୟ ଉତ୍ତମ ହେବ। ସ୍ଵାସ୍ଥ୍ୟରେ ଉନ୍ନତି ସହ ଅଧ୍ୟାତ୍ମିକ ତଥା ବୈଷୟିକ ରୁଚି ପୂର୍ତ୍ତି ହେବ। ପ୍ରତିକାର-ଲାଲଚନ୍ଦନ ଓ ମସୁରଡାଲି ଧର୍ମସ୍ଥାନରେ ଦେବେ।
ତୁଳା
ପୂର୍ବକର୍ମ ପାଇଁ ଅନୁତାପ କରିବେ | ଅକସ୍ମାତ ନିଜର ମତ ବଦଳେଇବା ଦ୍ୱାରା ସମସ୍ତେ ଚକିତ ହେବେ | ଶିକ୍ଷା ଅନୁଷ୍ଠାନରେ ଯୋଗ ଦେବାର ସୁଯୋଗ ମିଳିବ। କୌଣସି ଦିଗରୁ ଉତ୍ତରଦାୟୀ ହୋଇ କ୍ଷୋଭ ଓ ଅବଶୋଷ ଅନ୍ତରରେ କୁହୁଳିବ। ପ୍ରତିକାର-ପିଲାଙ୍କୁ ଧଳାମିଠା ବା ଚକୋଲେଟ ଖାଇବାକୁ ଦେବେ।
ବିଛା

ପରୀକ୍ଷାରେ ଉଚ୍ଚଶ୍ରେଣୀରେ କୃତକାର୍ଯ୍ୟ ପାଇବେ। ସମସ୍ତ କ୍ଷେତ୍ରରେ ଉଚ୍ଚପଦବୀ ରକ୍ଷା କରି ଚଳିବେ। ପାଠ ପଢାରେ ମନନିବେଶ କରିବେ | କଠୋର ପରିଶ୍ରମ ବଳରେ ଜୀବନ ଶୈଳିରେ ସୁଖ-ସମୃଦ୍ଧି ଓ ପ୍ରତିଷ୍ଠାଲାଭ କରିବେ। ପ୍ରତିକାର-ଉପହାର ସ୍ୱରୂପ ଲାଲରଙ୍ଗର ବସ୍ତୁ ଗ୍ରହଣ କରନ୍ତୁ ନାହିଁ।
ଧନୁ

କେତେକ ମୁଲ୍ୟବାନ ଦରକାରୀ ଜିନିଷ କ୍ରୟ କରିବେ। ମାତୃ ବା ମାତୃସ୍ଥାନୀୟା ବ୍ୟକ୍ତିଙ୍କ ପାଇଁ ସାଙ୍ଗସାଥିଙ୍କ ସହ ମନାନ୍ତର ସୃଷ୍ଟି ହେବ। ପରିବାରରେ ଜୀବନ ଖୁସି ରେ କଟିବ। ବାଣିଜ୍ୟରେ ଦ୍ଵିଗୁଣା ଲାଭ ପାଇ ବ୍ୟବସାୟରେ ଯଥେଷ୍ଟ ଅଗ୍ରଗତି ଘଟିବ। ପ୍ରତିକାର:- ଦିନ ଦୁଃଖୀଙ୍କୁ ଅନ୍ନବସ୍ତ୍ର ଦାନ ଦିଅନ୍ତୁ।

ମକର
ମାଆମାନେ ପରିବାରରେ ଆଦର ହୋଇ ଖୁସି ହେବେ। ଶିକ୍ଷା କ୍ଷେତ୍ରରେ ଅଧ୍ୟୟନରେ ମନ ନିବେଶ କରି ପ୍ରଶଂସା ପାଇବେ। ସୁଖ-ସମୃଦ୍ଧି ପ୍ରତି ବାଧାବିଘ୍ନ ଆସିବା ଦ୍ୱାରା ଉଦ୍ ବେଗ ଓ ଅଶାନ୍ତି ବୃଦ୍ଧିହେବ। ଉପର କର୍ମଚାରୀଙ୍କୁ ନିଜର କାର୍ଯ୍ୟ ଦକ୍ଷତାରେ ସନ୍ତୁଷ୍ଠ କରିବେ| କର୍ତ୍ତବ୍ୟ ପରାୟଣତା ସହିତ ସମୟାବର୍ତ୍ତିତା ପ୍ରଦର୍ଶନ କରିବେ। ପ୍ରତିକାର:- ଅନ୍ଧ,ବିଧବା ଅସହାୟା ମାନଙ୍କୁ ସାହାଯ୍ୟ କରନ୍ତୁ।

କୁମ୍ଭ
ପ୍ରତିଯୋଗିତାରେ ସଫଳ ଲାଭ କରିବେ। ଶିକ୍ଷକ ଓ ସହପାଠୀମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ଭଲପାଇବା ବଢ଼ିବ। ସରକାରୀ ସାହାଯ୍ୟ ଲାଭ କରିବାର ସୁଯୋଗ ପାଇବେ। ଘରଠୁ କର୍ମ କ୍ଷେତ୍ରକୁ ପ୍ରମୁଖତା ଦେବାରୁ ଅଧିକ ସମୟ ମଧ୍ୟ ଉତ୍ସର୍ଗ କରିବାକୁ ପଡିବ। ପ୍ରତିକାର:- ଗୋମାତାର ସେବାକରିବା ଆବଶ୍ୟକ।

ମୀନ
ମହିଳାମାନେ ନିଜର ପରିବାର ସହିତ ଖୁସି ମଉଜରେ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ ଜନିତ ଯଶ-ମାନ-ପ୍ରତିଷ୍ଠା ପ୍ରାପ୍ତି ହେବ। ଲୁହା, କାଠ, କୋଇଲା, କଳକବ୍ଜା, ବ୍ୟବସାୟରୁ ଓ କଣ୍ଟ୍ରାକ୍ଟରୀରୁ ଯଥେଷ୍ଟ ଲାଭ ଉଠାଇବେ। ପ୍ରତିକାର-ଲାଲଚନ୍ଦନ ମସ୍ତକରେ ଲଗାଇବା

Check Also

dowry disease and modern girls

50% girls has refused their marriage proposal for dowry

ଯୌତୁକ ଦାବିକୁ ୫୦% ଯୁବତୀଙ୍କ ନା ଭାରତକୁ ଯୌତୁକ ସମସ୍ୟା ଏକ ସାମାଜିକ ବ୍ୟାଧ ଭଳି ଗ୍ରାସ କରିଛି । …

10 comments

  1. Bhala lagila rasi phala,very nice dost

  2. Lalit Narayan Mahanta

    odisha is Great

  3. rasiphala padhi bhala lagila

  4. Sathik khabar deuchanti thanx

  5. Santosh Kumar Panda

    This horoscope is 100% right.
    Thank u !!!!

  6. Very nice rasiphala I like it

Leave a Reply

Your email address will not be published. Required fields are marked *

*