Home » kathare kathare » Learn Odia Nitibani from moodisha

Learn Odia Nitibani from moodisha

ସଂପଦକୁ ନେଇ ଗର୍ବୀ ବା ବିପଦକୁ ନେଇ ଅଧୀର ହୁଅନାହିଁ | କାରଣ କୌଣସି ଜିନିଷ ସ୍ଥାୟୀ ନୁହେଁ |

ଖରାପ ସମୟ ଯେମିତି ତୁମ ଉପରେ ବସି ନ ରହେ , ସେ ଦାୟିତ୍ୱ ତୁମର|

ନିଜ କଥା ସବୁବେଳେ ଚିନ୍ତା କଲେ , ଅନ୍ୟମାନଙ୍କୁ ହରେଇବାକୁ ପଡ଼ିଥାଏ |

ସାଧୁଲୋକ ଅନ୍ୟର ଦୋଷକୁ ଗୁଣ ରୂପରେ ପ୍ରକଟିତ କରେ | ଦୁର୍ଜନ ଅନ୍ୟର ଗୁଣରାଶିକୁ ଦୋଷ ରୂପରେ ପ୍ରକାଶ କରେ | ଏଥିରେ ବିଚଳିତ ହେବାର କାରଣ ନାହିଁ | ମେଘ କ୍ଷାରଜଳ ପାନ କରି ମଧୁର ଜଳ ବର୍ଷା କରେ | ସର୍ପ କ୍ଷୀର ପାନ କରି ଦୃସହ ଗରଳ ଉଦଗୀରଣ କରେ |

ସଚତୁର ଲୋକର ଶିଶୁଠାରୁ ମଧ୍ୟ ଯୁକ୍ତିଯୁକ୍ତ ତଥା ଉପାଦେୟ ଉପଦେଶ ଗ୍ରହଣ କରିବା ଉଚିତ | ଯେଉଁ ପ୍ରଦାର୍ଥ ବା ସ୍ଥାନକୁ ସୂର୍ଯ୍ୟ ଲୋକଲୋଚନକୁ ଆଣିବାରେ ଅସମର୍ଥ ହୁଅନ୍ତି| ତାହାକୁ ସାମାନ୍ୟ ଦୀପଟି ମଧ୍ୟ ନିଜ ଆଲୋକ ଦ୍ୱାରା ପ୍ରକାଶ କରିଦିଏ |

ନିଜ ଲକ୍ଷ୍ୟକୁ ଛୋଟ ନ କରି ସାମର୍ଥ୍ୟ ବୃଦ୍ଧିର ଚେଷ୍ଟା ଶ୍ରେୟସ୍କର |

ମିଛର ସବୁଠାରୁ ବଡ଼ ବିପଦ ହେଲା , ସବୁ ଦିନ ପାଇଁ ଏହାକୁ ମନେ ରଖିବାକୁ ପଡ଼େ |

ଲୋକର ସେହି ସବୁ ଅକ୍ଷୁଣ୍ଣ ଇନ୍ଦ୍ରିୟ , ସେହି ନାମ , ସେହି ଅପ୍ରତିହତ ଅର୍ଥ|ତା ତିକ୍ଷଣବୁଦ୍ଧି , ସେହି କଥା ଥିଲେ ମଧ୍ୟ ଯଦି ସେ ଧନଶୂନ୍ୟ ହୁଏ |

ତେବେ କ୍ଷଣକ ମଧ୍ୟରେ ଏସବୁ ଭିନ୍ନ ପ୍ରକାର ଧାରଣା କରନ୍ତି | ଏହା ବିସ୍ମୟର କଥା |

ନିଜର ଅସ୍ତିତ୍ୱବୋଧକୁ ଲୋପ ନ କଲେ ପରମାତ୍ମା ସନ୍ଧାନ ମିଳେ ନାହିଁ |

ବାରି , ଅର୍ଣ୍ଣ , ଗାଈ , ଭୂମି , ବସ୍ତ୍ର , ତିଳ , କାଞ୍ଚନ ପ୍ରଭୁତି ସର୍ବବିଧ ଦାନ ମଧ୍ୟରେ ବିଦ୍ୟାଦାନ ଶେଷ୍ଠ ଅଟେ

ଚାପରେ ଥିଲେ ବି ସଂଯମୀ ବ୍ୟକ୍ତିର ଆଚରଣ ବଦଳେ ନାହିଁ |

ବିଚାର ନ କରି ହଠାତ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ | ବିଚାରଶୂନ୍ୟତା ଦୁଃଖ ଓ ବିପଦର କାରଣ ଅଟେ | ସଂପଦ ସବୁ ଗୁଣର ବଶବର୍ତ୍ତୀ ହୋଇ ବିଚାରଵାନ ଲୋକଙ୍କୁ ପ୍ରାପ୍ତ ହୁଅନ୍ତି |


Leave a Reply

Your email address will not be published. Required fields are marked *

*