Home » Culture » Know More About Magha Mela

Know More About Magha Mela

ମାଘମେଳା

ଭାରତର ଭିନ୍ନ ଭିନ୍ନ ପ୍ରାନ୍ତ୍ରରେ ସ୍ୱତନ୍ତ୍ର ପର୍ବପର୍ବାଣି ଏବଂ ଉସବ ପାଳନ କରାଯାଇଥାଏ । ମାଘମେଳା ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ହିନ୍ଦୁ ପାର୍ବଣ । ଆଲାହାବାଦଠାରେ ଗଙ୍ଗା, ଯମୁନା ଏବଂ ସରସ୍ଵତୀ ନଦୀର ମିଳନ ଘଳା ପ୍ରୟୋଗ ସ୍ଥଳରେ ମାଘମେଳା ପାଳନ କରାଯାଇଥାଏ ।

ପ୍ରତିବର୍ଷ ଜାନୁୟାରୀରୁ ଫେବୃୟାରୀ ମାସରେ ଏହା ପାଳିତ ହୋଇଥାଏ । ପୌଷ ପୂର୍ଣ୍ଣିମାରୁ ଆରମ୍ଭ କରି ମହା ଶିବରାତ୍ରି ଯାଏ। ଦୀର୍ଘ ୪୫ଦିନ ପର୍ଯ୍ୟନ୍ତ ଏହି ମେଳା ଚାଲିଥାଏ । ୪୫ ଦିନ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଦିନଗୁଡ଼ିକ ହେଲା, ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ, ମାଘ ପୂର୍ଣ୍ଣିମା, ମହାଶିବରାତ୍ରି ।

ଏହି ଦିନଗୁଡ଼ିକରେ ସଙ୍ଗମସ୍ଥଳରେ ବୁଡ଼ ଦେଲେ ମଣିଷ ମଧ୍ୟରୁ ପାପ କ୍ଷୟ ହୋଇଥାଏ ଏବଂ ମୋକ୍ଷପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।
ମାଘମେଳାକୁ କ୍ଷୁଦ୍ର କୁମ୍ଭମେଳା ବୋଲି ମଧ୍ୟ କୁହାଯାଏ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ମାଘମାସର ପୂର୍ଣ୍ଣମୀ ବେଳେ ଏହା ସମାପ୍ତ ହୋଇଥାଏ ।

ଏହି ମେଳା ସମୟରେ ପ୍ରୟୋଗସ୍ଥଳୀରେ ବୁଡ଼ା ଦେଲେ କୋଟି ପୁର୍ଣ୍ୟ ହାସଲ ହୁଏ ବୋଲି ମାନ୍ୟତା ରହିଛି । ଏଣୁ ଦେଶ ତଥା ଦେଶ ବାହାରୁ ଅନେକ ହିନ୍ଦୁ ଧର୍ମାବଲମ୍ବୀ। ଏଠାକୁ ଆସି ପବିତ୍ର ବୁଡ଼ା ଦେଇଥାନ୍ତି । ଏଥପାଇଁ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ଗଙ୍ଗାନଦୀ କୂଳରେ ବ୍ୟାପକ ବ୍ୟବସ୍ଥା କରାଯାଇଥାଏ ।

ଏହି ସମୟରେ ଭିନ୍ନ ଭିନ୍ନ ଧାର୍ମିକ ଅନୁଷ୍ଠାନ ଏବଂ ଆଶ୍ରମ ପକ୍ଷରୁ ଗଙ୍ଗାନଦୀ କୂଳରେ ଟେଣ୍ଟ ସ୍ଥାପନ କରାଯାଇ ଦେଢ଼ମାସ ପର୍ଯ୍ୟନ୍ତ କଳ୍ପବାସ ବ୍ରତ ପାଳନ କରିଥାନ୍ତି । ମାଘମାସରେ ପୁଣ୍ୟ ଅର୍ଜନ କରିବା ଲାଗି ତୀର୍ଥଯାତ୍ରୀମାନେ ଏହି ଟେଣ୍ଟ ଗୁଡ଼ିକରେ ବ୍ରତ ପାଳନ କରିଥାନ୍ତି ।

ଏହି ସମୟରେ ସଙ୍ଗମ ସ୍ଥଳରେ ପ୍ରତି ୧୨ ବର୍ଷରେ ଥରେ କୁମ୍ଭମେଳା ଏବଂପ୍ରତି ୬ ବର୍ଷରେ ଥରେ ଅର୍ବକୁମ୍ଭମେଳା ପାଳନ କରାଯାଇଥାଏ । ଏଣୁ କୁମ୍ଭମେଳା ଏବଂ ଅର୍ଦକୁମ୍ଭମେଳା ସମୟରେ ଏହି ସ୍ଥାନରେ ମାଘ ମେଳା ପାଳନ କରାଯାଇନଥାଏ ।

Check Also

Pusya abhiseka at shrimandir - Moodisha

Pusya abhiseka at shrimandir

After Chandana Lagi at night, 81 vessels of water from the temple kitchen well and …

Leave a Reply

Your email address will not be published. Required fields are marked *

*