Home » Health » Homemade cough syrup benefits and it’s use in Odia

Homemade cough syrup benefits and it’s use in Odia

ଘରେ ତିଆରି କରନ୍ତୁ କଫ ସିରପ

ଶୀତ ଦିନ ଆସିଗଲାଣି, ଏବେ ଥଣ୍ଡା କାଶ ତା ପ୍ରାୟ ସମସ୍ତଙ୍କୁ ହେବ । ଭୂତାଣୁ ଜନିତ ସଂକ୍ରମଣ ଯୋଗୁଁ ଥଣ୍ଡା ସର୍ଦ୍ଦି ହୋଇଥାଏ । ଏହା କବଳରୁ ରକ୍ଷା ପାଇବାକୁ ଚାହୁଁଥୁଲେ ଆପଣ କୌଣସି ଦାମୀ ଏଲୋପସ୍ୟା ଥୁ ବଦଳରେ ଘରୋଇ କଫ୍ ସିରପ ବ୍ୟବହାର କରନ୍ତୁ । ତେବେ ଘରେ କିପରି କଫ ସିରପ ପ୍ରସ୍ତୁତ କରିବେ ସେନେଇ ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ ।

ଆବଶ୍ୟକ ସାମଗ୍ରୀ :

୧୦- ୧୨ଟି ତୁଳସୀ ପତ୍ର, ଚିମୁଟାଏ ସୌନ୍ଧବ ଲବଣ, ଶୁଣ୍ଠି ଓ ଡାଲଚିନି ପାଉଡର, ୩-୪ ଲବଙ୍ଗ । ୨-୩ ଟି ଗୋଲମରିଚ, ୨ ଚାମଚ ମନ୍ଦୁ ।
କେମିତି ପ୍ରସ୍ତୁତ କରିବେ ??

କଫ ସିରପ : ମହୁ ବ୍ୟତୀତ ବାକି ସମସ୍ତ ଜିନିଷକୁ ପେଶି ୧ ଗ୍ଳାସ୍ ପାଣି ସହିତ ଗରମ କରନ୍ତୁ । ପାଣି ଅଧା ରହିବା ପରେ ଏଥୁରେ ୨ ଚାମଚ ମହୁ ମିଶାନ୍ତୁ ।
କିପରି ସାଇତି ରଖିବେ : ଘରୋଇ ଭାବରେ କାଶ ଔଷଧ ତିଆରି କରି କଫ ସିରପକୁ ସଫା କାଚ ଶିଶିରେ ଭରି ରଖ୍ ପାରିବେ । ଏହାକୁ ଥଣ୍ଡା ଓ କାଶ ପାଇଁ ବ୍ୟବହାର କରିପାରିବେ ।

ସେବନ କରିବାର ଉପାୟ : କାଶ, ସର୍ଦ୍ଦି, ଜ୍ଵର, ଗଳାରେ ସମସ୍ୟା ଦେଖାଗଲେ ସିରପ୍ ୨ – ୨ ଚାମଚ ସେବନ କରିବା ଆବଶ୍ୟକ ।

ସାବଧାନତା :- ଥଣ୍ଡା ସର୍ଦ୍ଦି ରୋଗ ହେବା ସମୟରେ ଥଣ୍ଡା ଜିନିଷ ଓ ଖଟା ଖାଇବା ଉଚିତ ନୁହେଁ । ସିରପ ପିଇବା ଛଡା ଉଷୁମ ଲୁଣ ପାଣିରେ କୁଳି କରିବା ଫଳରେ ଲାଭ ହୋଇଥାଏ

ସିରପର ଫାଇଦା :

* ଏହି ସିରପରେ ଗଚ୍ଛିତ ଉପାଦାନ ରୋଗ ପ୍ରତିଷେଧକ ବଢ଼ାଇଥାଏ । ସର୍କି-ଥଣ୍ଡା ସମସ୍ୟାରୁ ମୁକ୍ତି ମିଳିଥାଏ ।
* ତୁଳସୀ, ଡାଲଚିନି, ମହୁ ଓ ଲବଙ୍ଗ ଯୋଗୁଁ କଫ ନାଶ ହୋଇ କାଶରୁ ମୁକ୍ତି ମିଳିଥାଏ ।
* ଏହି ସିରପ୍ ସର୍ଦ୍ଦି କାରଣରୁ ହେଉଥୁବା ଜ୍ଵର ପାଇଁ ମଧ୍ୟ ଔଷଧ ଭଳି କାମ କରିଥାଏ । ଏଥୁସହିତ ଗଣ୍ଠି କଷ୍ଟରୁ ମଧ୍ୟ ଦୂର କରିଥାଏ ।
* ଗଳା ଖରାପ, ଗଳା ଯନ୍ତ୍ରଣା ଓଚିଡଚିଡା ପଣକୁ ମଧ୍ୟ ଦୂର କରିଥାଏ । ଏଥୁପାଇଁ ଦିନରେ ଦୁଇ ତିନି ଥର ସିରଫ ପାଣି ପିଇବା ଦ୍ୱାରା ଫଳପ୍ରଦ ହୁଏ
* ଆଲର୍ଜି କାରଣରୁ ନାକରୁ ପାଣି ବୋହିବା, ଛିଙ୍କା ହେବା, କମଜୋର ଅନୁଭବ, ଦେହରେ ଜ୍ଵର ଆସିବା ଭଳି ସମସ୍ୟା ପାଇଁ ମଧ୍ୟ ଏହି ସିରପ ଫଳପ୍ରଦ ।

Check Also

weight loss and food time

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର …

Leave a Reply

Your email address will not be published. Required fields are marked *

*