Home » Health » Fennel Seeds or Panamadhuri Benefits in Odia

Fennel Seeds or Panamadhuri Benefits in Odia

ପେଟ ରୋଗରୁ ରାମବାଣ ପାନମଧୁରୀ

ପେଟ ରୋଗରୁ ସବୁ ପ୍ରକାର ସମସ୍ୟା ଦେଖାଯାଇଥାଏ । ତେବେ ପେଟ ରୋଗ ପାଇଁ ପାନମଧୁରୀ ଖୁବ ଲାଭଦାୟକ । ଯଦି ଆପଣଙ୍କ ପେଟରେ ଯନ୍ତ୍ରଣା ହେଉଛି ତେବେ ଭଜା ପାନମଧୁରୀ ହାଲକା ଭାବରେ ଚୋବାଇ ଖାଆନ୍ତୁ । ଏହା ବ୍ୟତୀତ ପାନ ମଧୁରୀକୁ ରାତିରେ ବତ୍ବରାଇ ଏହାର ପାଣିକୁ ପିଇବା ଦ୍ବାରା କୋଷ୍ଠ କାଠିନ୍ଯ ଦୂର ହୋଇଥାଏ । ପାନମଧୁରୀ ଓ ମିଶିର ଚୂର୍ଣ୍ଣ ପ୍ରସ୍ତୁତ କରି ରାତିରେ ଶୋଇବା ବେଳେ ପ୍ରାୟ ୫ ଗ୍ରାମ୍ ଚୁର୍ଣ୍ଣକୁ ପାଣି ସହିତ ସେବନ କରନ୍ତୁ । ଏହାଦ୍ବାର । ପେଟ ସମସ୍ୟା ଓ କୋଷ୍ଠକାଠିନ୍ଯ ବି ଦୂର ହୋଇଯିବ ।

ପାନ ମଧୁରୀର ଅନ୍ୟ ଉପକାର :

=> ପାନମଧୁରୀ ଖାଇବା ଦ୍ବାରା ଦୃଷ୍ଟିଶକ୍ତି ବଢ଼ିଥାଏ । ପାନମଧୁରୀ ଓ ମିଶି ସମାନ ଭାଗରେ ଗୁଣ୍ଡ କରି ଦିଅନ୍ତୁ । ଏହି ଗୁଣ୍ଡକୁ ଏକ ଚାମଚ ଲେଖାଏ ସକାଳ ଓ ସନ୍ଧ୍ୟାରେ ଖାଇଲେ ଆଖି ସମସ୍ୟା ତଥା ଜ୍ୟୋତିଶକ୍ତି ବଢ଼ିଥାଏ ।

=> ଡାଇରିଆ ହେବା ଫଳରେ ପାନମଧୁରୀ ଖାଇବା ଉଚିତ୍ । ପାନମଧୁରୀକୁ ବେଲ ସହିତ ସକାଳ ଓ ସନ୍ଧ୍ୟାରେ ସେବନ କରିବା ଫଳରେ ଅଜିର୍ଣ୍ଣ ହୋଇନଥାଏ ।

=> ଖାଇବା ପରେ ପାନମଧୁରୀ ସେବନ କରିବା ଫଳରେ ଖାଦ୍ୟ ଭଲ ହଜମ ହୋଇଥାଏ । ପାନମଧୁରୀ, ଜୀରା ଓ କଳା ଲୁଣ ମିଶାଇ ଏହାର ଚୂର୍ଣ୍ଣ ପ୍ରସ୍ତୁତ କରନ୍ତୁ । ଖାଇସାରିବା ପରେ ଉଷୁମ ପାଣିରେ ଏହି ଚୂର୍ଣକୁ ସେବନ କରନ୍ତୁ । ଏହା ପାଚନ ପାଇଁ ଉତ୍ତମ ପ୍ରମାଣିତ ହୋଇଥାଏ|

=> କାଶ ହେବା ଫଳରେ ପାନମଧୁରୀ ଖୁବ୍ ଲାଭପ୍ରଦ । ୧୦ଗ୍ରାମ୍ ପାନମଧୁରୀ ସହ ମହୁ ମିଶାଇ ସେବନ କରନ୍ତୁ, କାଶ ହେଉଥିଲେ ବନ୍ଦ ହୋଇଯିବ ।

=> ହାତ ପାଦରେ ଜ୍ଵଳନ ପାଇଁ ଏହା ଉପକାରୀ । ପାନମଧୁରୀ ଓ ଧନିଆକୁ ଏକାଠି ନେଇ ଗୁଣ୍ଡ କରିଦିଅନ୍ତୁ । ଏଥୁରେ ମିଶି ମିଶାଇ ୫ରୁ ୬ ଗ୍ରାମ ଲେଖାଏ ଖାଇବା ଫଳରେ କିଛି ଦିନ ମଧ୍ୟରେ ଆରାମ ମିଳିଥାଏ |

=>ଗଳାରେ କଷ୍ଟ ଅନୁଭବ କରୁଥୁଲେ ପାନମଧୁରୀକୁ ଚୋବାଇ ଖାଇବା ଉଚିତ । ଫଳରେ ବସିଥିବା ଗଳା ସଫା ହୋଇଯାଏ |


Check Also

biterground for health in odia

Biterground for health in Odia

କଲରା ପିତା ପରିବା ହୋଇଥୁଲେ ହେଁ ସ୍ବାସ୍ଥ୍ୟ ପାଇଁ ଖୁବ ଉପଯୋଗୀ | ଶୀତ ଦିନେ ଏହାକୁ ଖାଇବା ରାମବାଣ …

Leave a Reply

Your email address will not be published. Required fields are marked *

*