Home » Health » Eating Time Management For Weight Loss In Odia

Eating Time Management For Weight Loss In Odia

ଓଜନ ହ୍ରାସର ନୂଆ କୌଶଳ ବଦଳାଇ ଦିଅନ୍ତୁ ନିଜର ଖାଇବା ସମୟ

ଓଜନ ହ୍ରାସ କରିବାକୁ ଚାହୁଁଥଲେ ଖାଇବା ସମୟର ପରିବର୍ଜନ କରନ୍ତୁ। ବେଳାବେଳି ରାତ୍ରି ଭୋଜନ କରୁଥୁଲେ ଧାର୍ଯ୍ୟ ସମୟକୁ ଅତିକ୍ରମ କରି ବିଳମ୍ବରେ ଖାଇଲେ ଦେହରେ ସାଞ୍ଚୁତ ଚର୍ବି ଦହନ ପ୍ରକ୍ରିୟା ଦ୍ବାରା ନଷ୍ଟ ହୋଇଥାଏ ।

ଖାଇବା ସମୟ ଅଳୁକିଛି ବିଳମ୍ବ କରିଦେଲେ ଓଜନ ହ୍ରାସରେ ଏହା ସହାୟକ ହୋଇଥାଏ ବୋଲି ବର୍ମିହାମସ୍ଥିତ ଆଲବାମା ୟୁନିଭର୍ସିଟିର ସହଯୋଗୀ ପ୍ରଫେସର
କୋର୍ଟନୀ ପିଟରସନ୍ ପ୍ରକାଶ କରିଛନ୍ତି । ତାଙ୍କ କହିବାନୁଯାୟୀ, ଉକ୍ତ ଅଧୟନରେ ବେଳାବେଳି ଖାଇବାକୁ ବାରଣ କରାଯାଇଛି ।

ଏହାକୁ early ଟାଇମ୍-ରେଷ୍ଟିକ୍‌ଟେଡ୍ ଫିତି’ (ଇଟି ଆର.ଏଫ୍.) କୁହାଯାଏ । ଅର୍ଥାତ୍ ଧାର୍ଯ୍ୟ ସମୟରେ ନ ଖାଇ ଭଲ ଭୋକ ସମୟରେ ଖାଇବା ଦ୍ବାରା ଦେହର ଚର୍ବି ଓ ଶ୍ଵେତସାର ଓ ଶର୍କରା ନଷ୍ଟ ହୋଇଥାଏ । ଫଳରେ ଓଜନ ହ୍ରାସ ପାଇଥାଏ ବୋଲି ଗବେଷକମାନେ ମତ ଦେଇଛନ୍ତି ।

ଇଟି ଆର.ଏଫ୍ ନିୟମ ଅନୁଯାୟୀ ଲୋକମାନେ ଶେଷ ଖାଦ୍ୟ ଅପରାହ୍ମର ମଧ୍ୟଭାଗରେ ଖାଇଥାଆନ୍ତି ଏବଂ ପରବର୍ତୀ ଦିନ ସକାଳ ଜଳଖୁଆ ପର୍ଯ୍ୟନ୍ତ କିଛି ଖାଆନ୍ତି ନାହିଁ । ଗବେଷକଙ୍କ କହିବାନୁଯାୟୀ, ରାତ୍ରିଭୋଜନ ଖୁବ୍ ବେଳାବେଳି କରିବା ଏବଂ ଆବଶ୍ୟକ ସ୍ଥଳେ ରାତିରେ ଆଦୌ ନ ଖାଇବା ଦ୍ବାରା ଓଜନ ହ୍ରାସ ହେବାଭଳି ଉପକାର ମିଳିପାରେ ।

ମଣିଷ ଶରୀରରେ ଏକ ଆଭ୍ୟନ୍ତରୀଣ ଘଡ଼ି ରହିଛି । ସକାଳ ସମୟରେ ଶରୀର ବୃଦ୍ଧିକାରୀ ଓ ଶକ୍ତିଦାୟକ ସମସ୍ତ ରାସାୟନିକ ପ୍ରକ୍ରିୟା ଖୁବ୍ ଭଲ ଭାବରେ ହୋଇଥାଏ । ତେଣୁ ଦିନରେ ଖୁବ୍ ବେଳାବେଳି ଖାଇବା ଦ୍ବାରା ଏହା ସ୍ଵାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ ।

ଦୀର୍ଘଦିନ ଭିଭିରେ ଇଟି ଆର.ଏଫ୍ ଜାରି ରଖୁବା ଦ୍ବାରା ଓଜନ ହ୍ରାସ ପାଇବା ସହିତ ଅନ୍ୟ ସ୍ଵାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇପାରେ ।


Check Also

biterground for health in odia

Biterground for health in Odia

କଲରା ପିତା ପରିବା ହୋଇଥୁଲେ ହେଁ ସ୍ବାସ୍ଥ୍ୟ ପାଇଁ ଖୁବ ଉପଯୋଗୀ | ଶୀତ ଦିନେ ଏହାକୁ ଖାଇବା ରାମବାଣ …

Leave a Reply

Your email address will not be published. Required fields are marked *

*