Home » Odisha Dairy » 50% girls has refused their marriage proposal for dowry

50% girls has refused their marriage proposal for dowry

ଯୌତୁକ ଦାବିକୁ ୫୦% ଯୁବତୀଙ୍କ ନା

ଭାରତକୁ ଯୌତୁକ ସମସ୍ୟା ଏକ ସାମାଜିକ ବ୍ୟାଧ ଭଳି ଗ୍ରାସ କରିଛି । ମାତ୍ର ଲୋକଙ୍କ ମଧ୍ୟରେ ସଚେତନତାର ପ୍ରସାର ଏବଂ ଶିକ୍ଷା ବଳରେ ଧୀରେ ଧୀରେ ଏହି କୁ ପ୍ରଥା ସମାଜରୁ ଦୁରେଇବାରେ ଲାଗିଛି କହିଲେ କିଛି ଭୁଲ ହେବା ନାହିଁ ।

୨୦୧୪ରେ ଭାରତର ପ୍ରାୟ ୫୦% ଯୁବତୀ ଏହି ଯୌତୁକ ଦାବି ଯୋଗୁ ବିବାହ ପାଇଁ ମନା କରିଦେଇଥବା ଏକ ରିପୋର୍ଟରୁ ଜଣାପଡ଼ିଛି । ଏକ ମ୍ୟାଟ୍ରିମନି ସାଇଟ୍ ଦ୍ଵାରା କରାଯାଇଥବା ସର୍ଭେ ରିପୋର୍ଟ ଅନୁଯାୟୀ, ବରପକ୍ଷ ଯୌତୁକ ଦାବି କଲେ ବିବାହ କରିବାକୁ ଇଚ୍ଛୁକ କି ବୋଲି ପ୍ରଶ୍ନର ଉତ୍ତରରେ ୫୧.୪% ଯୁବତୀ ଏହାକୁ ନାହିଁ କହିଥଲେ ।

ସେହିପରି ୪୮% ଯୁବତୀ କହିଥଲେ ଯେ, ଏଭଳି ଯୌତୁକ ଦାବି କରୁଥବା ଲୋଭା ପରିବାରଙ୍କୁ ସର୍ବସମ୍ମୁଖରେ ହୀନସ୍ଥା କରାଯାଉ । ୱେବ୍‌ସାଇଟ୍ ଟି ୨୪-୩୫ ବୟସ ବର୍ଗର ୫.୬୮୦ ଅବିବାହିତ ଯୁବତୀଙ୍କ ମତାମତକୁ ନେଇ ଏହି ସର୍ଭେ ରିପୋର୍ଟ ପ୍ରସ୍ତୁତ କରିଥଲା ।

ଏହିଭଳି ଅନୁରୂପ ପ୍ରଶ୍ନ ଯୁବକଙ୍କୁ ମଧ୍ୟ କରାଯାଇଥଲା । ୫୯.୮% ଯୁବକ କହିଥଲେ ଯେ, ଯୌତୁକ ଦାବି କରୁଥବା ଲୋକଙ୍କୁ ତୁରନ୍ତ ଗିରଫ କରି ଜେଲ୍‌ରେ ପୁରାଇ ଦେବା ଉଚିତ । ସେହିପରି ଏଭଳି ଲୋକଙ୍କୁ ସମାଜ ସମ୍ମୁଖରେ ଲଜ୍ଜିତ କରିବା ଉଚିତ ବୋଲି ୪୦.୨% ଯୁବକ ମତାମତ ଦେଇଥଲେ ।

ସମାଜରୁ ଯୌତୁକ ପ୍ରଥା ଉଲ୍ଲେଦ ହେବା ଉଚିତ ବୋଲି ପ୍ରାୟ ୭୫% ଲୋକ ନିଜର ମତାମତ ରଖିଥଲେ । ଏଭଳି ଭାବେ ସଚେତନତା ସୃଷ୍ଟି କରି ଭାରତରେ ଏକ ଯୌତୁକ ମୁକ୍ତ ବାତାବରଣ ସୃଷ୍ଟି କରିବା ଲାଗି ଉଦ୍ୟମ କରାଯାଉଛି ବୋଲି ସମ୍ପଢ଼ ୱେବ୍‌ସାଇଟ୍‌ର ଜଣେ ବରିଷ୍ଠ ଅଧାକାରୀ ପ୍ରକାଶ କରିଛନ୍ତି ।


Check Also

gopalpur beach festival ganjam

Gopalpur Beach Festival 2017 At A Glance

Gopalapur beach festival has began on 24th december 2017 with color full Sunday evening. Surjya Narayan …

Leave a Reply

Your email address will not be published. Required fields are marked *

*